Uncategorized

ନାଗରିକତା ସଂଶୋଧନ ବିଲକୁ ନେଇ ଜାତିସଂଘର ସତର୍କତାପୂର୍ଣ୍ଣ ପ୍ରତିକ୍ରିୟା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରୀ ଲାଭ କରିଛି । କିନ୍ତୁ ଏହି ବିଲକୁ ନେଇ ଦେଶର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି ।

ଅନ୍ୟପକ୍ଷରେ ଏହି ଅ।ଇନ ଉପରେ ମିଳିତ ଜାତିସଂଘ ପକ୍ଷରୁ ପ୍ରତିକ୍ରିୟା ଦିଅ।ଯାଇଛି । ଜାତିସଂଘ ମହାସଚିବ ଅ।ଣ୍ଟୋନିଓ ଗୁଟେରେସ୍ ଅତ୍ୟନ୍ତ ସତର୍କତାର ସହ କହିଛନ୍ତି ଯେ ଏହି ଅ।ଇନ ଭାରତର ସଂସଦରେ ଗୃହୀତ ହେବା ଜାତିସଂଘ ନଜରକୁ ଅ।ସିଛି । ଏହି ଅ।ଇନକୁ ନେଇ ଦେଖାଦେଇଥିବା ଚିନ୍ତା ସଂପର୍କରେ ମଧ୍ୟ ଜାତିସଂଘ ଅବଗତ ଅଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜାତିସଂଘ ମହାସଚିବ କହିଛନ୍ତି । ତେବେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ସ୍ପଷ୍ଟ କରିଦେଇଛନ୍ତି ଯେ ମହାସଚିବ ଏହି ଅ।ଇନ ସଂପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ । କିନ୍ତୁ ସବୁ ଅ।ଇନ ନିରପେକ୍ଷ ହେଉ ବୋଲି ସେ କହିଛନ୍ତି ।

Related posts

ଷ୍ଟ୍ରିଟ ଫୁଡର ହୋମ ଡେଲିଭରି କରିବ ସ୍ବିଗି

mahabharatanews

ଭାରତୀୟ ସେନାଙ୍କ ଦ୍ୱାରା ୨ ପାକ୍ ସୈନିକ ନିହତ

mahabharatanews

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି: ନିର୍ଭୟାଙ୍କ ମା’

mahabharatanews