ଓଡିଶା

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

(ମହାଭାରତ, ପାରାଦୀପ): ପାରାଦୀପଗଡ ଗେଟ ବଜାରରେ ଶନିବାର ଭୋରରୁ ଅଗ୍ନିକାଣ୍ଡ ଘଟି ୩ ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସର୍ଟ ସର୍କିଟ କିମ୍ବା ଆଞ୍ଚ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Related posts

ସମେଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ

mahabharatanews

ମୃତ ଦେହ ଉଦ୍ଧାର

mahabharatanews

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

mahabharatanews