ଓଡିଶା

ସାଲେପୁର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍ୟାପିତ

(ମହାଭାରତ, ସାଲେପୁର): ତିନିଦିନ ଧରି ଚାଲିଥିବା ସାଲେପୁର ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଟାଙ୍ଗି-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ତେବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ସ୍କୁଲ୍ ପିଲାମାନଙ୍କୁ ସୁଗନ୍ଧ ଦେଉଥିବା ଫୁଲ ସହ ତୁଳନା କରି ଭଲ ପିଲା ହୋଇ ସମାଜରେ ପ୍ରତିଷ୍ଠିତ ହେବାକୁ କହିଥିଲେ । ସ୍କୁଲର ପୁରାତନ ଓ ନୂତନ ଛାତ୍ର ତିନିଦିନ ଧରି ଚାଲିଥିବା ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଆଡମ୍ବର ସହ ପାଳନ କରିଥିଲେ ।

Related posts

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews

ଖୁବ ଶୀଘ୍ର ଆସିବ କଂଗ୍ରେସ ତାଲିକା 

mahabharatanews

ଚାଷୀଙ୍କୁ ମାଡ଼ ମାରି ପରିବା ଛଡାଇ ନେଲା କେନ୍ଦ୍ରାପଡା ପୋଲିସ

mahabharatanews