ଓଡିଶା

ମାଓ ଅଞ୍ଚଳରେ ଆଦିବାସୀଙ୍କୁ ଯବାନଙ୍କ ଶୀତବସ୍ତ୍ର ବଣ୍ଟନ

(ମହାଭାରତ, ମାଲକାନଗିରି): ଆଦିବାସୀ ଅଧ୍ୟୁସିତ ମାଲାକାନଗିରିର ମାଓ ପ୍ରବଣ ଅଞ୍ଚଳରେ ଯବାନମାନେ ବିଭିନ୍ନ ସମୟରେ ମହାନତାର ପରିଚୟ ଦେଇ ଆସୁଛନ୍ତି । ତେବେ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏଠାକାର ଆଦିବାସୀମାନଙ୍କୁ ଶୀତବସ୍ତ୍ର ବାଣ୍ଟି ଆହୁରି ନିକଟତର ହୋଇପାରିଛନ୍ତି । ଏହାସହ ସିଆରପିଏଫର ଡାକ୍ତର ଏଠାରେ ଔଷଧ ପ୍ରଦାନ କରୁଥିବା ଦେଖାଯାଇଛି । ଅରଣପୁର ଥାନା ଅଞ୍ଚଳରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଯବାନମାନେ ମାଓ ଦମନ ସହ ଜଙ୍ଗଲ ଭିତରେ ରହୁଥିବା ଆଦିବାସୀମାନଙ୍କ ସମସ୍ୟା ସମାଧାନ କରିବାକୁ ଆଗେଇ ଆସିଛନ୍ତି । ମାଓ ଇଲାକାରେ ମୁତୟନ ହୋଇଥିବା ଯବାନଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୮୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଲୋକସେବା ଭବନରେ ସମସ୍ତ ଅଧିକାରୀ ଓ ଅଫିସରଙ୍କୁ ଭେଟି ବୈଠକ ନେଲେ ମୁଖ୍ୟମନ୍ତ୍ରୀ ।

mahabharatanews

ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଦୁଃଖ ପ୍ରକାଶ କଲେ ନବୀନ

mahabharatanews