ଓଡିଶା

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ

ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ଉତ୍କଳ ରତ୍ନ ସମ୍ମାନ , ପବିତ୍ର ରଥଯାତ୍ରା ଓ ସୁନାବେଶ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୩୧ତମ ସୁନାବେଶ ଭଜନ ସମାରୋହ ଶରଧାବାଲି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବହୁ ବିଦ୍ୱାନ, ଭକ୍ତ ତଥା ସଂସ୍କୃତିପ୍ରେମୀ ଯୋଗଦାନ କରିଥିଲେ l ଭକ୍ତି ସଙ୍ଗୀତ, ନୃତ୍ୟ ପରିବେଷଣ, ଆଧ୍ୟାତ୍ମିକ ଭାବବୋଧ ଭିତରେ  ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଭଜନ ସମାରୋହରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବହୁ କୃତବିଦ୍ୟ ବ୍ୟକ୍ତିତ୍ବଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପରିପ୍ରସାର ନିମନ୍ତେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ “ଉତ୍କଳ ରତ୍ନ ସମ୍ମାନ -୨୦୨୬”ରେ ଭୂଷିତ କରି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା । ଏଥିସହିତ ସମାରୋହ ତରଫରୁ ଶ୍ରୀମନ୍ଦିର ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ଏକାଧିକ କଳାକାରଙ୍କୁ ‘ସୁନାବେଶ ସମ୍ମାନ’ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୀତିକାର ବଦ୍ରି ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଦଇତାପତି ମନୋଜ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ,୮ଜିଲ୍ଲାରେ  ୟେଲୋ ଓ୍ଵାର୍ଣ୍ଣିଂଜାରି

mahabharatanews

୧୦ ଜିଲ୍ଲାରେ ହେବନି ବସ୍‌ ଧର୍ମଘଟ

mahabharatanews

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା 

mahabharatanews