ଓଡିଶା

ବରପାଲି ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଅନୁଷ୍ଠିତ

(ମହାଭାରତ, ବରପାଲି): ବରଗଡ ଜିଲ୍ଲା ବରପାଲି ସାମ୍ବାଦିକ ସଂଘର ୩୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବିଧାୟିକା ରୀତା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ବ୍ୟତୀତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାସ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତପସ୍ୱିନୀ ଗୁରୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଏବେ ବି ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ସରକାର ପଦକ୍ଷେପ ନେବା ଉଚିତ ମଞ୍ଚାସିନ ଅତିଥିମାନେ ମତ ଦେଇଥିଲେ । ସଭା ଶେଷରେ ସଂଘର ବରିଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ରଥ ତିଆରିରେ ନିୟୋଜିତ ୨୦୫ ସେବାୟତ ରହିବେ ସଙ୍ଗରୋଧରେ

mahabharatanews

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews