ଓଡିଶା

ଖୋର୍ଦ୍ଧା ମହୋତ୍ସବ ଉଦଘାଟିତ

(ମହାଭାରତ, ଖୋର୍ଦ୍ଧା): ନିୟୁ ଥିଙ୍କିଙ୍ଗ୍ ଫୋରମ୍ ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଷ୍ଟାଡିୟମ ଠାରେ ଖୋର୍ଦ୍ଧା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଏଠାରେ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଏଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କାଉନସିଲର ବିଭୁ ପ୍ରସାଦ ସାହୁ, ଅନୁଷ୍ଠାନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, ଆଇନଜୀବୀ ଶିଶିର କୁମାର ପରିଡା ଓ ଅବନୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦୀର୍ଘ ୭ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ପ୍ରକାରର ଦୋଳି ସାଙ୍ଗକୁ ଖାଦ୍ୟ ଓ ଘର ଉପକରଣ ସାମଗ୍ରୀ ଓ ଅନ୍ୟାନ୍ୟ ଷ୍ଟଲ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । ମହୋତ୍ସବକୁ ଆହୁରି ମନଲୋଭା କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Related posts

ଭୁବନେଶ୍ୱର ଏମ୍ସକୁ କାୟାକଳ୍ପ ପୁରସ୍କାର

mahabharatanews

୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରରେ ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର

mahabharatanews

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନେଲେ ଶପଥ

mahabharatanews