ଓଡିଶା

ପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତ

ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି। ଏହି ଅବସରରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ପାରାଦୀପ ପୌରାଧ୍ଯକ୍ଷ ବସନ୍ତ ବିଶ୍ବାଳ ଯୋଗ ଦେଇଥିବାବେଳେ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇ ନିକଟରେ ସ୍ଵର୍ଗାରୋହଣ କରିଥିବା ସୁଧିର ରଂଜନ ଦାଶଙ୍କ ସମେତ ବରିଷ୍ଠ ସାମ୍ବାଦିକ ନିଧିରାମ ମହାରଣା ଓ ରୁଦ୍ର ପ୍ରତାପ ନାୟକଙ୍କ ଅମର ଆତ୍ମାର ଶାନ୍ତି କାମନା କରିବା ସହ ସେମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସଂଘର ମୁଖପତ୍ର “ମୁକ୍ତପୃଷ୍ଠା” ଉନ୍ମୋଚନ ହୋଇଥିଲା।

ଦେଶରେ ଗଣମାଧ୍ଯମକୁ ଦୁଇ ଭାଗରେ ବିଭକ୍ତ କରି ନିଜର ରାଜନୈତିକ ଜୀବନକୁ ଚରିତାର୍ଥ କରିବାକୁ ଷଢଯନ୍ତ୍ର କରୁଥିବା ରାଜନେତାଙ୍କ ବିରୁଦ୍ଧରେ ଗଣମାଧ୍ଯମ ମାନେ ସ୍ବର ଉତ୍ତୋଳନ କରିବା ସହ ଦେଶର କୋଟିକୋଟି ଶୋଷିତ ଓ ନିସ୍ପେଷିତ ଜନତାଙ୍କ ସମସ୍ଯାକୁ ସମାଧାନ କରିବା ପରି ଖବର ପ୍ରକାଶ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଯାହାଦ୍ବାରା ଦେଶରେ ଗଣତନ୍ତ୍ର ସୁଦୃଢ ରହିପାରିବ ଏବଂ ସରକାର ଦେଶବାସୀଙ୍କୁ ସ୍ବଛ ଶାସନ ଦେଇପାରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହାସହ ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ଗଣମାଧ୍ଯମ ପ୍ରତିନିଧି ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସଭାରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ସାମ୍ବାଦିକ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରାଯିବା ସହିତ ଯେକୌଣସି ପରିସ୍ଥିତିରେ ନିଷ୍ଠାରସହ କାର୍ଯ୍ଯ କରିବାକୁ ବକ୍ତାମାନେ ମତବ୍ଯକ୍ତ କରିଥିଲେ | ସମସ୍ତ ସାମ୍ବାଦିକ ଏକତା ହୋଇ କାର୍ଯ୍ଯକଲେ ସମାଜର ଉନ୍ନତି ହେବାସହ ସମସ୍ତ ଖବରଦାତା ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ ବୋଲି ପାରାଦୀପ ପୌରାଧ୍ୟକ୍ଷ କହିଥିଲେ। ଏହି ଉତ୍ସବରେ ପାରାଦୀପର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Related posts

ହତ୍ୟା ଅଭିଯୋଗରେ ଡିଏସପିଙ୍କ ପୁଅ ଗିରଫ

mahabharatanews

 ୨୪ ଘଣ୍ଟାରେ ଦେଶରୁ ୩୧୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ , ୟୁନିଟ-୩ ପାଲଟିଛି ହଟସ୍ପଟ୍

mahabharatanews