(ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ତାତି ସାଙ୍ଗକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ମଧ୍ୟ ଜାରି ରହିଛି। ରାଜ୍ୟରେ ଦିନରେ ତାପମାତ୍ରା ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

ସୂଚନାନୁଯାୟୀ ,ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବାକୁ ଥିବା ବେଳେ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ଦୀର୍ଘ ଦିନ ଏଠାରେ ପାରଦ ଉପରମୁହାଁ ରହୁଛି । ସକାଳୁ ସକାଳୁ ପ୍ରବଳ ଲାଗି ରହୁଛି ଖରାର ପ୍ରକୋପ । ଝାରସୁଗୁଡା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।
