ଅପରାଧ

ପାକ୍ ପାଇଁ ଗୁଇନ୍ଦାଗିରୀ କରି ୭ ନୌସେନା ଯବାନ ଗିରଫ

(ବିଶାଖାପାଟଣା): ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବା ବେଳେ ପୋଲିସ ହାତରେ ୭ ଜଣ ଭାରତୀୟ ନୌସେନା ଯବାନ ଧରାପଡିଛନ୍ତି । ଆନ୍ଧ୍ରପ୍ରଦେଶ ପୋଲିସ ପାକିସ୍ତାନୀ ଗୁଇନ୍ଦା ରାକେଟର ପର୍ଦ୍ଦାଫାଶ କରିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହ ମିଶି ଏହି ରାକେଟକୁ ଧରିବା ଲାଗି ‘ଅପରେସନ ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେସନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟର ପର୍ଦ୍ଦାଫାଶ ହୋଇଛି । ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର ୭ ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଏହା ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କେତେଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । ମାମଲାର ତଦନ୍ତ ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ । ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି ।

Related posts

 ୮ ପୁଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗିରଫ 

mahabharatanews

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews

ସାବତ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

mahabharatanews