ଅପରାଧ

ନାଳ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଥାନା ଅନ୍ତର୍ଗତ ବଡଖୋଲି ଗାଁ ନିକଟରେ ଥିବା ଏକ ନାଳରୁ ଆଜି ଏକ ଜନ୍ମିତ ଶିଶୁ କନ୍ୟାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଆଜି ସକାଳେ ନାଳ ଭିତରୁ ନବଜାତଟି କାନ୍ଦୁଥିବା ଶୁଣି ସ୍ଥାନୀୟ ଲୋକେ ଏଏନଏମ ଦିଦି ଓ ଆଶାକର୍ମୀମାନଙ୍କୁ ଖବର ଦେଇଥିଲେ । ସେମାନେ ଘଟଣାସ୍ଥଳରେ ପହଞ୍ଚି ନାଳ ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଜଣାଇଥିଲେ । ଉକ୍ତ ଶିଶୁଟିର ମାଆ ମାନସିକ ବିକୃତ ବୋଲି ଜଣାପଡିବା ପରେ ଉଭୟଙ୍କୁ ବାଲିଶିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଆସିକା ପୋଲିସ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।

Related posts

ବ୍ୟବସାୟୀ ଅପହରଣ ଓ ଦାଦାବଟି ଆଦାୟ ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ତଡିପାର କରିବ ପୁଲିସ

mahabharatanews

ମାଓବାଦୀକୁ ବିରୋଧ କରି ପ୍ରଜାମେଳି

mahabharatanews

ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ପାୱାର: ବିଧାୟକ ଝିଅ

mahabharatanews