Uncategorized

ନୀରବଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ

ମୁମ୍ବାଇ: ସିବିଅ।ଇ ପକ୍ଷରୁ ମୁମ୍ବଇର ସ୍ୱତନ୍ତ୍ର କୋର୍ଟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ସପ୍ଲିମେଣ୍ଟାରୀ •ର୍ଜଶିଟ୍ ଦାଖଲ କରାଯାଇଛି । ସିବିଅ ।ଇ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟରେ ଦର୍ଶାଯାଇଛି ଯେ, ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ସେ ଯଦି ଭାରତ ଫେରିବେ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଚି । ତେଣୁ ନୀରବଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ଧମକ ଦେବାର ଅଭିଯୋଗ ଉପରେ ନୂଆ ଫର୍ଦ୍ଦ ଚାର୍ଜଶିଟରେ ଯୋଡ଼ା ଯାଇଛି ।
ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହଲ ମୋଦୀ ଏବଂ ଅନ୍ୟ ୪ ଜଣଙ୍କ ନାମକୁ ମଧ୍ୟ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି । ଏହି ୪ ଅଭିଯୁକ୍ତ ହେଲେ ନୀରବ ମୋଦୀଙ୍କ ସହଯୋଗୀ ଅମିତ ମଗିୟା, ସନ୍ଦୀପ ମିସ୍ତ୍ରି, ପିଏନବିର ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ପ୍ରସାଦ ଏବଂ ମିହିର ଭଂସାଲୀ । ସିବିଅ ।ଇ ବି•ରପତି ବି.ସି. ବର୍ଦେଙ୍କ କୋର୍ଟରେ ଚାର୍ଜଶିଟ୍ ଦାଖଲ କରି କହିଛି ଯେ, ଭଂସାଲୀ, ମିସ୍ତ୍ରି ଏବଂ ନେହଲ ମୋଦୀ ଦେଶ ବାହାରେ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ସମନ ଜାରି କରାଯିବା ଅ ।ବଶ୍ୟକ ।

Related posts

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

mahabharatanews

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews