Uncategorized

ଜଉରା ବିଧାୟକଙ୍କ ବିୟୋଗ

ଭୋପାଲ: ଅ।ଜି ମଧ୍ୟପ୍ରଦେଶ ଜଉରା କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ସେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବନୱାରୀ ଲାଲଙ୍କ ପରିବାରରେ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ ଅଛନ୍ତି । ଜାଲଥାପ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଗତବର୍ଷ ବିଧାନସଭା ନିର୍ବାଚନରେ ବନୱାରୀ ଲାଲ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଜାଉରା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏବେ ବନୱାରୀଙ୍କ ମୃତ୍ୟୁ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୫ରୁ ୧୧୪କୁ ହ୍ରାସ ପାଇଛି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

Related posts

ଗ୍ରାମ୍ୟ କୋର୍ଟ ପ୍ରତିଷ୍ଠା ନ ହେବାକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

mahabharatanews

ଲୋକପାଳରୁ ଜଷ୍ଟିସ ଭୋସଲେଙ୍କ ଇସ୍ତଫା

mahabharatanews

ଏନଆରସି ଡାଟା ଅଫଲାଇନ ହୋଇଛି: ଗୃହନ୍ତ୍ରଣାଳୟର ସ୍ପଷ୍ଟିକରଣ

mahabharatanews