Uncategorized

ଜଉରା ବିଧାୟକଙ୍କ ବିୟୋଗ

ଭୋପାଲ: ଅ।ଜି ମଧ୍ୟପ୍ରଦେଶ ଜଉରା କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ସେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବନୱାରୀ ଲାଲଙ୍କ ପରିବାରରେ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ ଅଛନ୍ତି । ଜାଲଥାପ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଗତବର୍ଷ ବିଧାନସଭା ନିର୍ବାଚନରେ ବନୱାରୀ ଲାଲ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଜାଉରା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏବେ ବନୱାରୀଙ୍କ ମୃତ୍ୟୁ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୫ରୁ ୧୧୪କୁ ହ୍ରାସ ପାଇଛି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

Related posts

ବାରିକେଡ ଭାଙ୍ଗିଲେ ଟ୍ରାକ୍ଟର ରାଲିରେ ସାମିଲ କୃଷକ

mahabharatanews

ଆମେରିକୀୟ ନୌସେନାର ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ

mahabharatanews

ମୌଜପୁରରେ ଫାୟାରିଂ

mahabharatanews

Leave a Comment