Uncategorized

ଜଉରା ବିଧାୟକଙ୍କ ବିୟୋଗ

ଭୋପାଲ: ଅ।ଜି ମଧ୍ୟପ୍ରଦେଶ ଜଉରା କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ସେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବନୱାରୀ ଲାଲଙ୍କ ପରିବାରରେ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ ଅଛନ୍ତି । ଜାଲଥାପ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଗତବର୍ଷ ବିଧାନସଭା ନିର୍ବାଚନରେ ବନୱାରୀ ଲାଲ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଜାଉରା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏବେ ବନୱାରୀଙ୍କ ମୃତ୍ୟୁ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୫ରୁ ୧୧୪କୁ ହ୍ରାସ ପାଇଛି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

Related posts

ଆଇନ ଛାତ୍ରୀ ଯୌନ ଶୋଷଣ ମାମଲା,ଚିନ୍ମୟାନନ୍ଦଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା

mahabharatanews

ଡବ୍ଲୁଏଚଓ ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ଯିବାକୁ ଚୀନର ବାରଣ

mahabharatanews

‘କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶର ଅପେକ୍ଷା କରିବା ଠିକ ନୁହେଁ’

mahabharatanews