ଓଡିଶା

ପୋଲିସ ଜାଲରେ ବାଇକ୍ ଲୁଟେରା

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି । ତା ସହ ଚୋରା ବାଇକ୍ କିଣୁଥିବା ଅଭିଯୋଗରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ଚୋରା ବାଇକ୍ ଜବତ କରାଯାଇଛି । ସୂଚନା ଅନୁସାରେ, ଗତ ନଭେମ୍ବର ୧୪ ତାରିଖରେ ବଲାଙ୍ଗୀର ସିଡିଏମଓ ଅଫିସ ସମ୍ମୁଖରୁ ପ୍ୟାଲେସଲାଇନ ପଡାର ପ୍ରେମାନନ୍ଦ ସାହୁଙ୍କ ବାଇକ ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭଯୋଗ କରିଥିଲେ । ଏହାପରେ ଟାଉନ ଥାନା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣାର ତଦନ୍ତ କରି ଗତକାଲି ପାଟଣାଗଡର ଦୁଇ ବାଇକ୍ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣକ ନିକଟରୁ ଚୋରା ବାଇକ ଜବତ ହୋଇଛି । ସେହିପରି ଚୋରା ବାଇକ୍ କିଣୁଥିବା ଅଭିଯୋଗରେ ଲରମ୍ଭା ଗାଁର ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତା ଠାରୁ ମଧ୍ୟ ଏକ ବାଇକ୍ ଜବତ ହୋଇଛି । ଏହି ଲୁଟେରା ମାନେ ଅନେକ ବାଇକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ହୋଇଥିବା ବାଇକ୍ ଚୋରମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି ।

Related posts

ବନ୍ୟା ଯୋଗୁଁ ଗ୍ୟାରେଜରେ କଲେ ରାତ୍ରିଯାପନ କଲେ ୧୪ ଛାତ୍ରଛାତ୍ରୀ

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ମାଁ ସାଙ୍କୁଳାଇଙ୍କ ପବିତ୍ର ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

mahabharatanews