ଓଡିଶା

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

(ମହାଭାରତ, ରାୟଗଡା): ରାୟଗଡାର ବନ୍ଦରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଜଣେ ୧୨ ବର୍ଷିୟ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ତିନି ଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକା ଆଦିବାସୀ ଯୁବତୀଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ନାବାଳିକାର ବାପା ଚନ୍ଦ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରି ଜେରା ସମୟରେ ସେ ଉକ୍ତ ନାବାଳିକାଙ୍କ ସହ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି ।

Related posts

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ମୁକ୍ତିଲାଭ କଲା କୋଶଲି ଚଳଚ୍ଚିତ୍ର ଝରାନ

mahabharatanews

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

mahabharatanews