ଓଡିଶା

ବଣଭୋଜି ଭଣ୍ଡୁର କଲା ହାତୀ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ବଣଭୋଜି ଚାଲିଥିବା ବେଳେ ଏକ ହାତୀ ସେଠାରେ ପଶି ସବୁ ଜିନିଷ ନଷ୍ଟ କରିବା ସହ ପନିପରିବା ଖାଇଦେଇଛି । ଏହି ଦୃଶ୍ୟ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ଗତ ଶନିବାର ସିତାକୁଣ୍ଡା ଜଳପ୍ରପାତ ନିକଟରେ କିଛି ଲୋକ ବଣଭୋଜି କରୁଥିଲେ । ଏହାସହ ଡିଜେ ବଜାଇ ସାଙ୍ଗ ସାଥୀମାନେ ମଜା କରୁଥିବା ବେଳେ ଅଚାନକ ଏକ ହାତୀ ଡିଜେ ଶଦ୍ଦ ଶୁଣି ଏଠାକୁ ଚାଲି ଆସିଥିଲା । ଏହା ନିକଟରେ ଥିବା ଏକ ଅଫିସରେ ରହୁଥିବା ପୋଷାହାତୀ ବୋଲି ଜଣାଯାଇଛି । ମହନ୍ତ ତାକୁ ଚରାଇ ନେବାକୁ ଜଙ୍ଗଲକୁ ନେଇଥିଲେ । କିନ୍ତୁ ହାତୀଟି ଶଦ୍ଦ ଶୁଣୀ ଭୋଜି ସ୍ଥଳକୁ ପଶି ଆସିଥିଲା । ଏହାପରେ ଭୋଜି ପାଇଁ ଥିବା ପନିପରିବାକୁ ଖାଇ ଦେବା ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ମଧ୍ୟ କରିଥିଲା । କିଛି ସମୟ ପାଇଁ ସେଠାକୁ ଭୋଜି କରିବାକୁ ଯାଇଥିବା ଲୋକେ ଅସ୍ତବ୍ୟସ୍ତ ହୋଇଥିଲେ । ପରେ ମହନ୍ତ ଓ ବନ ବିଭାଗ କର୍ମଚାରୀ ମିଶି ହାତୀକୁ କାବୁ କରିଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Related posts

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଶାବର ଶ୍ରୀକ୍ଷେତ୍ରରୁ ମହାବାହୁଙ୍କ ପାଇଁ କଳାଜିରା ଚାଉଳ

mahabharatanews