ଓଡିଶା

ଦେବଗଡ଼ ରେ ତାଣ୍ଡବ ରଚିଲା କାଳ ବୈଶାଖୀ…

ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବିଭିନ୍ନ ସ୍ଥାନରେ ରେ ଅପରାହ୍ନ ସମୟରେ କାଳ ବୈଶାଖୀ ତାଣ୍ଡବ ରଚିଛି। ଏହି କାଳ ବୈଶାଖୀ ରେ କଲା ଗାଁରେ ଅକ୍ଷୟ ନାଏକ,ଧନୁ ନାଏକ, ସହିତ ଜିତୁ ଶବର ଙ୍କ ଘର ପବନ ରେ ଘରର ଛାତ ଉଡ।ଇନେଇଛି। କଲା ଗାଁର ମୁଖ୍ୟ ରାସ୍ତା ରେ ବଡ ସିମିଲି ଗଛ ପଡ଼ି ଯିବାରୁ ମୁଖ୍ୟ ରାସ୍ତା ଅବରୋଧ ହେବା ସହିତ କେଦାର ଦଳବେହେରା ଙ୍କ କାନ୍ଥ ଏବଂ ଘର ଭାଙ୍ଗି ଯାଇଛି ।

ଏହି ଗଛ ପଡ଼ି ଯିବାରୁ ବହୁତ ସମୟ ଧରି ବିଦ୍ୟୁତ୍ ସରବରାହ ବ୍ୟାଘାତ ହେବା ସହିତ କଲା ଗାଁ ର ମୁଖ୍ୟ ରାସ୍ତା ଯାତାୟାତ ବ୍ୟାଘାତ ହୋଇଥିଲା ।ପରେ ବାରକୋଟ ଦମକଳ ବାହିନୀ ଆସି ଗଛକୁ କାଟିବା ଫଳରେ। ରାସ୍ତା ରେ ଚଳପ୍ରଚଳ ବହୁ ସମୟ ପରେ ସମ୍ଭବ ହୋଇଛି। ମଧ୍ୟପୂର୍ ଗ୍ରାମପଞ୍ଚାୟତ ର ନାଣ୍ଡିଝରି ଗାଁ ର ଦୀକ୍ଷିତ ନାଏକ ଙ୍କ ଗୋଟିଏ ମାରୁତି ଗାଡ଼ି ଟିକୁ କାନ୍ଥ ମାଡ଼ି ବସିବାରୁ ଗାଡ଼ିଟି ଭାଙ୍ଗି ଚୁର ମାର ହୋଇଯାଇଥିବା ସୂଚନା ମିଳିଛି। ଏହି କାଳ ବୈଶାଖୀ ହେବା ଦ୍ବାରା ଦେବଗଡ଼ ଜିଲ୍ଲାର ବହୁତ ଜାଗାରେ କ୍ଷୟକ୍ଷତି ବୋହୁତ ହୋଇଛି।

Related posts

ଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ

mahabharatanews

ଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲ

mahabharatanews

ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଜଧାନୀରେ ୧୦୦ ପାର୍

mahabharatanews