ଓଡିଶା

ଦେବଗଡ଼ ରେ ତାଣ୍ଡବ ରଚିଲା କାଳ ବୈଶାଖୀ…

ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବିଭିନ୍ନ ସ୍ଥାନରେ ରେ ଅପରାହ୍ନ ସମୟରେ କାଳ ବୈଶାଖୀ ତାଣ୍ଡବ ରଚିଛି। ଏହି କାଳ ବୈଶାଖୀ ରେ କଲା ଗାଁରେ ଅକ୍ଷୟ ନାଏକ,ଧନୁ ନାଏକ, ସହିତ ଜିତୁ ଶବର ଙ୍କ ଘର ପବନ ରେ ଘରର ଛାତ ଉଡ।ଇନେଇଛି। କଲା ଗାଁର ମୁଖ୍ୟ ରାସ୍ତା ରେ ବଡ ସିମିଲି ଗଛ ପଡ଼ି ଯିବାରୁ ମୁଖ୍ୟ ରାସ୍ତା ଅବରୋଧ ହେବା ସହିତ କେଦାର ଦଳବେହେରା ଙ୍କ କାନ୍ଥ ଏବଂ ଘର ଭାଙ୍ଗି ଯାଇଛି ।

ଏହି ଗଛ ପଡ଼ି ଯିବାରୁ ବହୁତ ସମୟ ଧରି ବିଦ୍ୟୁତ୍ ସରବରାହ ବ୍ୟାଘାତ ହେବା ସହିତ କଲା ଗାଁ ର ମୁଖ୍ୟ ରାସ୍ତା ଯାତାୟାତ ବ୍ୟାଘାତ ହୋଇଥିଲା ।ପରେ ବାରକୋଟ ଦମକଳ ବାହିନୀ ଆସି ଗଛକୁ କାଟିବା ଫଳରେ। ରାସ୍ତା ରେ ଚଳପ୍ରଚଳ ବହୁ ସମୟ ପରେ ସମ୍ଭବ ହୋଇଛି। ମଧ୍ୟପୂର୍ ଗ୍ରାମପଞ୍ଚାୟତ ର ନାଣ୍ଡିଝରି ଗାଁ ର ଦୀକ୍ଷିତ ନାଏକ ଙ୍କ ଗୋଟିଏ ମାରୁତି ଗାଡ଼ି ଟିକୁ କାନ୍ଥ ମାଡ଼ି ବସିବାରୁ ଗାଡ଼ିଟି ଭାଙ୍ଗି ଚୁର ମାର ହୋଇଯାଇଥିବା ସୂଚନା ମିଳିଛି। ଏହି କାଳ ବୈଶାଖୀ ହେବା ଦ୍ବାରା ଦେବଗଡ଼ ଜିଲ୍ଲାର ବହୁତ ଜାଗାରେ କ୍ଷୟକ୍ଷତି ବୋହୁତ ହୋଇଛି।

Related posts

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

mahabharatanews

ଖଣି ପ୍ରକଳ୍ପ ବାତିଲ ଦାବିରେ ରାଜ୍ୟବ୍ୟାପି ପ୍ରତିବାଦ ଦିବସ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨୬୭ ନୂଆ ସଂକ୍ରମିତ ଚିହ୍ନଟ

mahabharatanews