ଓଡିଶା

୭ କୋଟି ଆତ୍ମସାତ୍: ଭିଜିଲାନ୍ସ ପକ୍ଷରୁ ୪ ଜଣଙ୍କୁ ନୋଟିସ

ମାହାଙ୍ଗା: କଟକ ଭିଜିଲାନ୍ସ ବିଭାଗ ୪ ଜଣଙ୍କୁ ନୋଟିସ ଜାରି କରିଛି । ମାହାଙ୍ଗା ପୂର୍ତ୍ତ ବିଭାଗରେ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର କରା ନ ଯାଇ ୭ କୋଟି ୭୯ ଲକ୍ଷ ୩୬ ହଜାର ୨୭ ଟଙ୍କାର ଅର୍ଥ ତୋଷାର ପାତ ହୋଇଥିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ଜଣାପଡିଥିଲା ।

ଏହି ଦୁର୍ନୀତିକୁ ନେଇ ପ୍ରଥମେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତ ଏହାର ତଦନ୍ତ ପାଇଁ କଟକ ଆରଆଣ୍ଡ ବି ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ କରିବା ସହ ଘଟଣାର ତଦନ୍ତ ଭିଜିଲାନ୍ସ ବିଭାଗକୁ ଦେଇଥିଲେ ଓ ୬ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିଦେର୍ଦ୍ଦଶ ଦେଇଥିଲେ । ଭିଜିଲାନ୍ସ ଏହି ମାମଲାରେ ବିଭିନ୍ନ ସ୍ଥାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଥିଲା । ଫଳରେ ନିର୍ଦ୍ଦେଶ ମୁତାବକ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ନୋଟି ଜାରି କରିଛି । ୫ ଲକ୍ଷ୍ୟରୁ କମ କାମ ହୋଇଥିବାରୁ ଟେଣ୍ଡର ଆବଶ୍ୟକ ନ ଥିଲା ବୋଲି ନିର୍ବାହୀ ଯନ୍ତ୍ରୀ ଲୋକାୟୁକ୍ତଙ୍କ ନିକଟରେ ଉତ୍ତର ରଖିଥିଲେ । ମାହାଙ୍ଗା ଆରଆଣ୍ଡ ବି ସେକ୍ସନରେ ୨୦୧୫-୧୯ ମଧ୍ୟରେ ଯେଉଁ କାମ ପାଇଁ ଟ୍ଟେଣ୍ଡର ଆହ୍ୱାନ ହୋଇଥିଲା ତାର ସବିଶେଷ ତଥ୍ୟ ନିର୍ବାହୀ ଯନ୍ତ୍ରୀ ଲୋକାଯୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ । କ୍ଷମତାର ଅପବ୍ୟବହାର କରି ଜାଣିଶୁଣି ବଡ ପ୍ରକଳ୍ପଗୁଡିକୁ ଭାଙ୍ଗି ଛୋଟ ଛୋଟ ୫ ଲକ୍ଷ ଟଙ୍କା ଭିତରେ ସୀମିତ ରଖି ପ୍ରକଳ୍ପରେ ପରିଣତ କାମ କରାଯାଇଥିବା ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ, ଏହି ଘଟଣାରେ ନୋଟିସ ପାଇଁ ପୂର୍ତ୍ତ ମନ୍ତ୍ରୀ ନିଜ ମତ ଲୋକାୟୁକ୍ତଙ୍କ ନିକଟକୁ ପଠାଇଥିଲେ । ମନ୍ତ୍ରୀ ପୂର୍ତ୍ତ ସଚିବଙ୍କୁ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶଶ ଦେଇଥିଲେ । ସଚିବ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଘଟଣାରେ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

Related posts

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews

ଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାର

mahabharatanews

ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews