ଓଡିଶାଦୁର୍ଘଟଣା

ରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣା

(ଭୁବନେଶ୍ୱର): ରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣା ଘଟିଛି। ଧିରିକୁରି ବସ୍ତିରେ ଏକ SUV କାର ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଯାଇଛି। ଲୋକେ ଶୋଇଥିବା ସମୟରେ ଦ୍ରୁତ ଗତିରେ ଆସିଥିବା କାରଟି ଘରର ପାଚେରୀ, କାନ୍ଥ ଓ ଗାଧୁଆ ଘରକୁ ଭାଙ୍ଗିଦେଇଛି।

ଦୁର୍ଘଟଣାରେ SUVଟିର ଚାରିପାଖ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ଚୁରମାର ହୋଇଯାଇଛି। ତେବେ ଭାଗ୍ୟବଶତଃ ଘରେ ଥିବା ଏକ ପରିବାରର ୭ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କ ମଧ୍ୟରେ ଏକ ୧୫ ଦିନର ଶିଶୁପୁତ୍ର ମଧ୍ୟ ଥିଲା।

ସୂଚନା ଅନୁଯାୟୀ, କାର ଚାଳକ ନିଶାସକ୍ତ ଅବସ୍ଥାରେ ଥିବା ସନ୍ଦେହ କରାଯାଉଛି। ଘଟଣା ପରେ ତୁରନ୍ତ ୩ଟି PCR ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। SUV ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି।

ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related posts

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

mahabharatanews

୫୭ ବାଇକ ସିଜ଼: ୭ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

mahabharatanews

ଏକା ସଙ୍ଗେ ଜଳିଗଲା ୩ ଟ୍ରକ

mahabharatanews