ଅପରାଧଓଡିଶା

ପୁରୀରୁ ଗିରଫ TMCର ପୂର୍ବତନ କାଉନସିଲର!

ପୁରୀରୁ ଗିରଫ ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବା ଟିଏମସିର ପୂର୍ବତନ କାଉନସିଲର ସୁଶାନ୍ତ ଘୋଷ। ଏକ ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ଫେରାର ଥିବା ସୁଶାନ୍ତଙ୍କୁ ପୁରୀ ଜିଲ୍ଲାରୁ ଗିରଫ କରିଛି କୋଲକାତା ଏସଟିଏଫ୍।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପିପିଲି ଥାନା ଅନ୍ତର୍ଗତ କୌଶଲ୍ୟାଗଙ୍ଗ ଅଞ୍ଚଳର ଉତ୍ତର ବଜାର ନିକଟସ୍ଥ ଏକ ଚା’ ଦୋକାନ ସମ୍ମୁଖରୁ ସୁଶାନ୍ତ ଘୋଷଙ୍କୁ ଗିରଫ କରାଯାଇଥିଲା। ଆନନ୍ଦପୁର ଥାନାରେ ରୁଜୁ ହୋଇଥିବା ଏକ ଦୁର୍ନୀତି ମାମଲାରେ ସେ ଅଷ୍ଟମ ଅଭିଯୁକ୍ତ ଥିଲେ। ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, ସୁଶାନ୍ତ ଘୋଷ ଓ ଅନ୍ୟ ସହଯୋଗୀମାନେ ଆନନ୍ଦପୁର ଅଞ୍ଚଳର ହକରମାନଙ୍କୁ ଫୁଟପାଥରେ ଟିଣ ଦୋକାନ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ।

ଅଭିଯୋଗ ଅନୁଯାୟୀ, ନିରୀହ ଦୋକାନୀମାନଙ୍କୁ ଧମକ ଓ ଚାପ ପକାଇ ଟଙ୍କା ଆଦାୟ କରାଯାଇଥିଲା। ଏହି ସଂଗଠିତ ର୍ୟାକେଟ୍‌ ମାଧ୍ୟମରେ ପ୍ରାୟ ୨ରୁ ୩ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରାଥମିକ ପଚରାଉଚରା ବେଳେ ସୁଶାନ୍ତ ଘୋଷ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିଥିବା ସୂଚନା ମିଳିଛି। ଆସନ୍ତାକାଲି ସୁଶାନ୍ତ ଘୋଷଙ୍କୁ ଆଲିପୁର ୨୪ ପ୍ରଗଣାର ଏସିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଜାରି ରହିଛି।

Related posts

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

mahabharatanews

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

mahabharatanews