ଓଡିଶା

ମୋହନ ଭାଗବତଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ

(ମହାଭାରତ / ନୂଆଦିଲ୍ଳୀ ): ସମସ୍ତ ଭାରତୀୟ ହିନ୍ଦୁ । ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରିପବ୍ଲିକାନ ଦଳର (ଆରପିଆଇ ) ସଭାପତି ରାମଦାସ ଅଠାୱଲେ ।

ସମସ୍ତ ଭାରତୀୟ ହିନ୍ଦୁ ବୋଲି କହିବା ଠିକ ନୁହେଁ । ଯଦି ମୋହନ ଭାଗବତ ତାଙ୍କ ଆଧାରରେ କହୁଛନ୍ତି ସମସ୍ତ ଭାରତୀୟ ହିନ୍ଦୁ ତା’ ହେଲେ ତାଙ୍କ ଆଧାରାରେ ଠିକ ହୋଇପାରେ । ହେଲେ ସମୟ ଥିଲା ଦେଶର ସମସ୍ତ ନାଗରିକ ବୌ÷ଦ୍ଧ ଧର୍ମାବଲମ୍ବୀ ଥିଲେ ବୋଲି କେନ୍ଦ୍ର ସମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ କହିଛନ୍ତି ।
ସୁଚନାଯୋଗ୍ୟ ବୁଧବାର ଦିନ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆରଏସଏସର ମୁଖ୍ୟ ମୋହନ ଭାଗବତ । ଭାରତ ମାତାର କୋଳରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନ ହିନ୍ଦୁ । ସେ କୌଣସି ଧର୍ମ କିମ୍ବା ଭାଷାର କଥା ହୋଇପାରେ ବୋଲି କହିଥିଲେ ।

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଆସବୁଦ୍ଦିନ ଓବେସୀ ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ , ଭାରତରେ ଗୋଟିଏ ଧର୍ମ ରହୁ ବୋଲି ଆରଏସଏସ ଚାହୁଁଛି ।

Related posts

ବିଜେପିର ହର ଘର ତ୍ରିରଙ୍ଗା ପଦଯାତ୍ରା ଉଦଯାପିତ

mahabharatanews

ନିମାପଡାରେ କରୋନା ସଂକ୍ରମଣ ରୋକିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ

mahabharatanews

ଭାରତରେ ବଢୁଛି କରୋନା ଚିନ୍ତା, ୧ ଲକ୍ଷ ୮୨ ହଜାର ୧୪୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୫ ହଜାର ୧୬୪ ମୃତ

mahabharatanews