ଓଡିଶା

ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳରେ ବାଧା!

ଚିଲିକାରେ ଯାତ୍ରୀବାହୀ ଲଞ୍ଚ ଚଳାଚଳକୁ ନେଇ ବଢ଼ୁଛି ସମସ୍ୟା। ବାଲୁଗାଁରୁ କୃଷ୍ଣପ୍ରସାଦ ଯାତାୟାତ କରୁଥିବା ଯାତ୍ରୀମାନେ ଭୋଗୁଛନ୍ତି ନାନା ଅସୁବିଧା। ଜାଲବାଡ଼ ଯୋଗୁଁ ଭାସି ଆସୁଥିବା ଦଳ କୂଳ ନିକଟରେ ଜମା ହେଉଥିବାରୁ ଲଞ୍ଚ ଜେଟିରେ ଲାଗିବାରେ ବାଧା ଉପୁଜୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଜେଟି ଉଦ୍‌ଘାଟନକୁ ନେଇ ନେତାଙ୍କ ମଧ୍ୟରେ ଆଗ୍ରହ ଥିବାବେଳେ ଜେଟି ଖୋଳିବା ନେଇ କାହିଁକି ପଦକ୍ଷେପ ନିଆଯାଉନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ।ଚିଲିକାରେ ଜଳପଥ ହିଁ ଅନେକ ଲୋକଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ। ହେଲେ ବାଲୁଗାଁରୁ କୃଷ୍ଣପ୍ରସାଦ ଯାଉଥିବା ଯାତ୍ରୀବାହୀ ଲଞ୍ଚକୁ ନେଇ ଦେଖାଦେଇଛି ଗୁରୁତର ସମସ୍ୟା।ଜାଲବାଡ଼ ଯୋଗୁଁ ଭାସି ଆସୁଥିବା ଦଳ କୂଳ ନିକଟରେ ଜମା ହୋଇ ରହୁଥିବାରୁ ଲଞ୍ଚ ଜେଟିରେ ଠିକ୍ ଭାବରେ ଲାଗିପାରୁନଥିବା ଅଭିଯୋଗ ହେଉଛି।

ଫଳରେ ଯାତ୍ରୀମାନଙ୍କୁ ଲଞ୍ଚରେ ଚଢ଼ିବା ଓ ଓହ୍ଲାଇବା ସମୟରେ ନାନା ହଇରାଣ ହେବାକୁ ପଡ଼ୁଛି।ଏଭଳି ସ୍ଥିତିରେ ଜେଟି ନିକଟରେ ଜମା ହେଉଥିବା ଦଳ ସଫା କରିବା ସହ ଜେଟି ଖୋଳିବାର ଆବଶ୍ୟକତା ରହିଛି। କିନ୍ତୁ ଏହି ଦିଗରେ ଠୋସ୍ ପଦକ୍ଷେପ ନିଆଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ବିଧାୟିକା ଓ ସାଂସଦ ଜେଟି ଉଦ୍‌ଘାଟନ କରି ଶ୍ରେୟ ନେଉଥିବା ବେଳେ ଲୋକଙ୍କ ଦୈନନ୍ଦିନ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଏବେ ଅପେକ୍ଷା, କେବେ ଚେତିବ ପ୍ରଶାସନ? କେବେ ଦୂର ହେବ ଚିଲିକାର ଯାତ୍ରୀଙ୍କ ଦୁର୍ଦ୍ଦଶା?

Related posts

ଆସନ୍ତା ୨୦ ତାରିଖରେ ଯୁକ୍ତ +୨ ପରୀକ୍ଷାର ଫଳାଫଳ ପ୍ରକାଶ

mahabharatanews

ପିକନିକ୍ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ନିୟମ  

mahabharatanews

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

mahabharatanews