ମତ୍ସ୍ୟଜୀବିଙ୍କୁ ବାତ୍ୟା ସମ୍ପର୍କିତ ସତର୍କତା ସୂଚନା। ଭାରତୀୟ ପାଣିପାଗ ବିଭାଗ ର ସତର୍କତା ସୂଚନାନୁଯାଇ ପାରାଦ୍ୱୀପ ର ଷଣ୍ଢକୁଦ ଓ ନୂଆବଜାର ଅଞ୍ଚଳରେ ଥିବା ସମସ୍ତ ବୋଟ ମାଲିକ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟବିଭାଗ ତରଫରୁ ଏହି ସତର୍କତା ସୂଚନା ଜାରୀ କରାଯାଇଛି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଅଛି, ଏହା କ୍ରମଶଃ ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ୨୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳରୁ ଅତି ପ୍ରବଳ ଝଡ ବର୍ଷା ଓ ପବନର ବେଗ ୪୦ କି.ମି ରୁ କ୍ରମଶଃ ବଢି ୬୦ କିମି ବେଗରେ ବହିବାର ସମ୍ଭାବନା ଅଛି ।
ଏଣୁ ୨୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ଯିବା ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ଯଥାସମ୍ଭବ କୂଳକୁ ଫେରିଆସିବା ପାଇଁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଯାଇଛି। ଏହା ଧନ ଓ ଜୀବନ ସୁରକ୍ଷା ନିମନ୍ତେ ଏହା ପାଳନ କରିବା ଜରୁରୀ ଅଟେ । ସୁରକ୍ଷା ଦୁଷ୍ଟିରୁ ଏହି ସତର୍କ ସୂଚନା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଜାରି କରାଯାଇଛି।
