(ହାଇଦ୍ରାବାଦ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସକ ‘ଦିଶା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନକାଉଣ୍ଟରର ଶିକାର ହୋଇଥିବା ଜଣେ ଅଭିଯୁକ୍ତଙ୍କ ବାପା ପୋଲିସ ଅଧିକାରୀଙ୍କ ଗାଡି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି । ଦିଶା ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରାଯିବାର ଠିକ ୨୦ ଦିନ ପରେ ଗୁରୁବାର ବିଳମ୍ବ୍ଖଚ୍ଛ ରାତିରେ ଏହି ଘଟଣା ଘଟିଛି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେଥିପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଚିନ୍ନାକେଶବାଲୁ । ତେଲେଙ୍ଗାନାର ମେହେବୁବନଗର ଜିଲ୍ଲା ଅନ୍ତର୍ଗତ ମଖତାଲ ଅଞ୍ଚଳରେ ହାଇଦ୍ରାବାଦ ପୋଲିସର ଜଣେ ଏସପିଙ୍କ କାର ତାଙ୍କୁ ଧକ୍କା ଦେଇଛି । ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।
previous post