ଓଡିଶା

ମାଓବାଦୀ ପରିଚୟ ଦେଇ ଯୁବକଙ୍କୁ ଗୁଳିମାଡ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗାଁରେ ମାଓବାଦୀ ପରିଚୟ ଦେଇ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ବାମ ହାତରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ବ୍ୟକ୍ତି ଆସି ଉକ୍ତ ଯୁବକଙ୍କ କବାଟ ବାଡେଇ ଥିଲା । ଯୁବକ ଜଣକ କବାଟ ଖୋଲି ଦେବାରୁ ବ୍ୟକ୍ତି ଜଣକ ଘର ଭିତରକୁ ପଶି ଆସି ନିଜକୁ ନକ୍ସଲ ବୋଲି ପରିଚୟ ଦେଇଥିଲା । ପରେ ପିସ୍ତଲ ଦେଖାଇ ଯୁବକଙ୍କୁ ଶୀଘ୍ର ଟଙ୍କା ବାକ୍ସର ଚାବି ଦେବାକୁ କହିଥିଲା । କିନ୍ତୁ ଯୁବକ ଜଣକ ବିରୋଧ କରି ଚାବି ଦେବାକୁ ମନା କରିବାରୁ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମୁଖା ପିନ୍ଧି ନକ୍ସଲ ପରିଚୟ ଦେଇ ଟଙ୍କା ମାଗିଥିବା ବ୍ୟକ୍ତି ଡକାୟତି ପାଇଁ ଆସିଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

mahabharatanews

୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଛି ରକ୍ତ ଦାନ ଶିବିର

mahabharatanews

ଯେକୌଣସି ସମୟରେ ନୂଆ ମାର୍ଗଦର୍ଶିକା ଜାରି ହୋଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews