ଓଡିଶା

ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ପଡିଲା ପଶୁପକ୍ଷୀଙ୍କ ବଳି

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଦେଓଗାଁ ଖଇରଗୁଡା ଠାରେ ଥିବା ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଏହି ଅବସରରେ ୍ୱ ମାନସିକଧାରୀମାନେ ପଶୁ ଓ ପକ୍ଷୀ ବଳି ଦେଇଛନ୍ତି । ଭକ୍ତଙ୍କ ବଳି ପ୍ରଥା ବିଶ୍ୱାସ ଆଗରେ ହାର ମାନଛି ପ୍ରଶାସନ । ଦେଓଗାଁ ଖଇରାଗୁଡାର ବଡଖଳା ଓ କୁମୁରିଆର ସାନଖଳା ରାସ୍ତା ରକ୍ତ ରଞ୍ଜିତ ହୋଇଛି । ନିୟମ ଅନୁସାରେ ପ୍ରଥମେ ପାଟ ଓ ବୋଦାକୁ ପୁଜାର୍ଚ୍ଚନା କରି ବଳି ପକାଯାଇଛି । ପ୍ରଶାସନର ଅନେକ କଟକଣା ସତ୍ତେ୍ୱ ପୁଣି ଏହି ଯାତ୍ରାରେ ଶହଶହ ମାନସିକଧାରୀ ନିଜେ ଆଣିଥିବା ପଶୁପକ୍ଷୀଙ୍କୁ ବଳି ଦେଇଛନ୍ତି । ଚଳିତ ବର୍ଷ ୩ ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ମାଁଙ୍କ ପୀଠରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦିଆଯାଇଛି । ଏଠାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେବଳ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । (ମହାଭାରତ, ବଲାଙ୍ଗୀର):

Related posts

ମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଗାୟତ୍ରୀ ମହାଯଜ୍ଞ ଆୟୋଯିତ

mahabharatanews

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

mahabharatanews

ସ୍ୱାଧୀନତା ଦିବସ ଲାଗି ପ୍ରସ୍ତୁତି ବୈଠକ

mahabharatanews