(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଅଭିଯାନକୁ ବିରୋଧ କରାଯାଇଛି । ଗତ ସୋମବାର ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଟ୍ୱିଟ କରି ଏହି ଅଭିଯାନକୁ ଆରମ୍ଭ କରିଥିଲେ । ତେବେ ଏହାକୁ ୪୮ ଘଣ୍ଟା ପୂରିଥିବା ବେଳେ ଇତି ମଧ୍ୟରେ ଏହାକୁ ବିରୋଧ କରି ୬ ଲକ୍ଷରୁ ଅଧିକ ଟ୍ୱିଟ କରାଯାଇଛି । ଏହା ଭାରତର ଟୁଇଟ ଟ୍ରେଡିଂ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସମଗ୍ର ପୃଥିବୀରେ ୪ର୍ଥ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ସିଏଏକୁ ନେଇ ମୋଦିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୨ ମିନିଟର ଏକ ଭିଡିଓ ମଧ୍ୟ ଅପଲୋଡ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଗତ ସୋମବାର ଟ୍ୱିଟ୍ କରି ଏହି ଅଭିଯାନ ଆରମ୍ଭ କରିବା ପରେ ଶାସକ ଦଳ ବିଜେପି ଏହି ଆଇନକୁ ନେଇ ଅଭିଯାନ ଆରମ୍ଭ କରିଛି । ସିଏଏକୁ କଂଗ୍ରେସ, ଟିଏମସି ସମେତ ବହୁ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଦିଲ୍ଲୀ, ୟୁପି, ପଶ୍ଚିମବଙ୍ଗ, ବିହାର, ଆସାମରେ ଏହି ଆଇନକୁ ଜୋରଦାର ବିରୋଧ କରାଯାଇଛି ।
previous post
