Uncategorized

ଏକା ଘରୁ ବାହାରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ଗୁଳି କରି ହତ୍ୟା

ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାର ତାର ଆତଙ୍କ ଖେଳାଇଛି । ତାଲିବାନୀ ଆଇନକୁ ସେଠାରେ ଲାଗି କରିବା ସହ ଲୋକଙ୍କୁ ବର୍ବରତାର ସହ କରୁଛି ହତ୍ୟା । ତାଲିବାନୀ ଆଇନ ଅନୁଯୟୀ, ଏକାକି ମହିଳା ବାହାରିବା ଦଣ୍ଡନୀୟ ଅପରାଧ । ତେଣୁ ଆଫଗାନିସ୍ତାନରେ କୌଣସି ଯୁବତୀଙ୍କ ଏକାକୀ ଦେଖିଲେ ସେମାନଙ୍କୁ ଗୁଳି କରାଯାଉଛି । ଏପରି ଏକ ଘଟଣା ପୁୁଣି ଆଫଗାନିସ୍ତାନର ଉତ୍ତର ବଲ୍ଖ ଅଞ୍ଚଳରେ ଘଟିଛି।
ଉତ୍ତର ବଲ୍ଖର ସମର କାନ୍ଦିଆନ୍ର ଏକ ଗାଁ ତାଲିବାନୀଙ୍କ କବ୍ଜାରେ । ଗାଁର ୨୧ ବର୍ଷୀୟା ନାଜନିନ ବଲ୍ଖର ରାଜଧାନୀ ମଜାର-ଏ-ସରିଫକୁ ଯିବାକୁ କାରରେ ବସିବା କ୍ଷଣି ତାଲିବାନ ସଦସ୍ୟମାନେ ତାଙ୍କ ଉପରକୁ ଗୁଳି କରି ହତ୍ୟା କରିଥିଲେ। ଯୁବତୀ ଜଣକ ବୁର୍ଖା ମଧ୍ୟ ପିନ୍ଧିଥିଲେ। କିନ୍ତୁ ତାଙ୍କ ସହ େକୌଣସି ପୁରୁଷ ନ ଥିଲେ । ତେଣୁ ତାଲିବାନୀ ଆତଙ୍କବାଦୀ ଯୁବତୀଙ୍କ ହତ୍ୟା କରିଥିବା ପୁଲିସ କହିଛି ।

Related posts

ଶ୍ରୀଲଙ୍କା ସଂସଦ ଭାଙ୍ଗିଲା, ଏପ୍ରିଲରେ ନିର୍ବାଚନ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

ଶାହୀନବାଗ ଆନ୍ଦୋଳନକାରୀଙ୍କ ବିରୋଧରେ ବିକ୍ଷୋଭ

mahabharatanews