ଓଡିଶା

ଗୁରୁ ରାଜକିଶୋର ସାମନ୍ତରାୟଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ଉପଶାଖା ପାଲା ଗାୟକ ମଣ୍ଡଳ ପକ୍ଷରୁ ପଟ୍ଟନାୟିକିଆ ସ୍ଥିତ ଚଣ୍ଡୀ ପୀଠଠାରେ ବକୁ ଗ୍ରାମର ଗୁରୁ ରାଜକିଶୋର ସାମନ୍ତରାୟଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡଃ ଦେବୀ ପ୍ରସାଦ ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ସଭାରେ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ଗାୟକ, ବାୟକ, ପାଳିଆ ଯୋଗ ଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ସାମନ୍ତରାୟ ଏକାଧାରରେ ଜଣେ ମୃତଙ୍ଗୁ, ଗାୟକ, ବାୟକ ଗୁରୁ ଥିଲେ ବୋଲି ସଭାରେ ଯୋଗଦେଇଥିବା ଅତିଥିବୃନ୍ଦ ମତପ୍ରକାଶ କରିଥିଲେ । ଏଥିରେ ବିଶ୍ୱନାଥ ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ପ୍ରଭାକର ମହାରଣା, ବଳରାମ ଦାସ, ପ୍ରତାପ କୁମାର ପ୍ରଧାନ, ଭାସ୍କର ସ୍ୱାଇଁ, ପ୍ରଫୁଲ୍ଲ ନାୟକ, ସୁଦର୍ଶନ ଜେନା, ଲକ୍ଷ୍ମୀଧର ମୁଦୁଲି ଓ ଧୁଳିଆ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ପୁରୀରୁ କୋଣାର୍କକୁ ଗଡିବ ଟ୍ରେନ 

mahabharatanews

ଏହି ଦିନ ହେବ ରଥକାଠ ଅନୁକୂଳ 

mahabharatanews

ଦଶହରାରେ ଲଘୁଚାପ ସମ୍ଭାବନା 

mahabharatanews