ଓଡିଶା

ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ

(ମହାଭାରତ, ବ୍ରହ୍ମପୁର): ବ୍ରହ୍ମପୁର ଗୋସାଣିନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହୋଇଯାଇଛନ୍ତି । ଗତ ସୋମବାର ରାତିରେ ଏହି ନାବାଳିକାମାନେ ମିଳିତ ଭାବେ ଲୁଚି ଛପି ଆଶ୍ରମ ଛାଡିଥିବା ଶୁଣିବାକୁ ମିଳୁଛି । ମଙ୍ଗଳବାର ସକାଳୁ ଉକ୍ତ ଘଟଣା ଜଣାପଡିଥିଲା । କିନ୍ତୁ ଏନେଇ ବାଳାଶ୍ରମ କର୍ତ୍ତୃପକ୍ଷ ପୋଲିସ ଠାରେ ଅଭିଯୋଗ କରି ନଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ସରକାରୀ ବାଳାଶ୍ରମରେ ଥିବା ଅସହାୟ ନାବାଳିକାମାନେ ପତ୍ତା ଏଯାଏ ମିଳିପାରି ନାହିଁ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ନିଖୋଜ ନାବାଳିକାମାନେ ଭୁବନେଶ୍ୱର ଯାଇଥାଇ ପାରନ୍ତି ସନ୍ଦେହ କରି ସେମାନଙ୍କୁ ଖୋଜିବାକୁ ପୋଲିସର ଏକ ଟିମ୍ ଯାଇଛନ୍ତି ବୋଲି ଗୋସାଣିନୁଆଁଗା ଥାନା ଅଧିକାରୀ ସୁମିତ ସୋରେନ କହିଛନ୍ତି ।

Related posts

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

mahabharatanews

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

mahabharatanews

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews