ଓଡିଶା

ମୁୁରବୀଙ୍କ ମୃତ୍ୟୁ ପରେ ପରିବାରର ୪ ଝିଅ ନିଖୋଜ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ଲଖନା ଥାନାର କୁରୁମପୁରୀ ଗାଁରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଗୋଟିଏ ପରିବାରର ମୁରବୀଙ୍କ ମୃତ୍ୟୁ ପରେ ତାଙ୍କର ୪ ଝିଅ ନିଖୋଜ ହୋଇଛନ୍ତି । ବାପାଙ୍କ ମୃତ୍ୟୁ ପରେ ୪ ଭଉଣୀ ନିଖୋଜ ହେବାର ୧୭ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଖବର ନ ପାଇ ଭାଇ କଲ୍ୟାଣ ଅହିର ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁଯାୟୀ, ଡିସେମ୍ବର ୨୦ରେ ଉଭେରାମ ଅହିର ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଅ କଲ୍ୟାଣ ବାପାଙ୍କ ମୃତଦେହ ଘରକୁ ଆଣିବା ସହ ବନ୍ଧୁବାନ୍ଧବଙ୍କୁ ସତ୍କାରରେ ସାମିଲ ହେବାକୁ କହିଥିଲେ । କିନ୍ତୁ ୪ ଭଉଣୀ (ବିଶିନି, ଭୁବନେଶ୍ୱରୀ, ସୁଲୋଚନା ଓ ରାଧିକା) ଏଥିରେ ଅରାଜି ହୋଇଥିଲେ । ରାତି ପାହିଲେ ସତ୍କାର କରିବାକୁ କହିଥିଲେ । କିନ୍ତୁ ବନ୍ଧୁବାନ୍ଧବଙ୍କ ପରାମର୍ଶରେ କଲ୍ୟାଣ ସନ୍ଧ୍ୟାରେ ଶବ ସତ୍କାର କରିଥିଲେ । ଫେରିବା ବେଳକୁ ୪ ଭଉଣୀ ଘରେ ନଥିଲେ । ୧୭ ଦିନ ହେବ ଘରକୁ ନ ଫେରିବାରୁ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

Related posts

ଆଜି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା, ଜାଣନ୍ତୁ ସମୟ

mahabharatanews

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ମିଜାଇଲ ପରୀକ୍ଷଣ ପାଇଁ ୮ ହଜାର ଲୋକ ଅସ୍ଥାୟୀଭାବେ ସ୍ଥାନାନ୍ତର

mahabharatanews