ଓଡିଶା

ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ କହିଲେ ପୁରୀକୁ ବୁଝାଏ: ସମୀର ଦାସ

ଗୋପ/ଜୟନ୍ତ ସେଠୀ: ପୁରୀର ନାମ ପରିବର୍ତ୍ତନ ଦାବି ଜୋର ଧରିଛି । ପୁରୀକୁ କେଵଳ ପୁରୀ ନ ରଖି ଜଗନ୍ନାଥ ଧାମ ପୁରୀ କରିବାକୁ ବିଭିନ୍ନ ସଂଗଠନ ଦାବି କରୁଛନ୍ତି। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୁରୀର ଏକାଧିକ ସଂଗଠନ, ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ। ତେବେ ଏହି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ପୁରୀର ନାମ ଜଗନ୍ନାଥ ଧାମ ପୁରୀ କରିବାର କୌଣସି ପ୍ରାସଙ୍ଗିକତା ଥିବା ସେ ଅନୁଭବ କରୁନାହାନ୍ତି। ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ କହିଲେ ପୁରୀକୁ ବୁଝାଏ । ଏଣୁ ପୁରୀର ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ ।
ଅନ୍ୟପଟେ ପୁରୀ ରେଲୱେ ଷ୍ଟେସନ ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଓଡିଶା ସରକାରଙ୍କ ମତାମତ ଲୋଡିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଏ ନେଇ ଉପଯୁକ୍ତ ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି।

 

Related posts

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews

ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

mahabharatanews