Uncategorized

ପଳାତକ ଗ୍ୟାଙ୍ଗଷ୍ଟର ଏଜାଜ ଗିରଫ

ମୁମ୍ବାଇ: ପଳାତକ ଗ୍ୟାଙ୍ଗଷ୍ଟର ଏଜାଜ ଲକଦୱାଲାକୁ ବୁଧବାର ମୁମ୍ବାଇ ପୁଲିସ ପାଟନ।।ରୁ ଗିରଫ କରିଛି । ଗୁରୁବାର ଏଜାଜକୁ ସ୍ଥାନୀୟ କୋର୍ଟରେ ଉପସ୍ଥିତ କରି ଜାନୁଆରୀ ୨୧ ପର୍ଯ୍ୟନ୍ତ ନିଜ ହେପାଜତକୁ ନେଇଛି । ସେ ଦାଉଦର ଡାହାଣ ହାତ ଭାବେ କାମ କରୁଛି ।

ଗାଙ୍ଗଷ୍ଟର ଏଜାଜ ଦେଶ ବାହାରୁ ମୁମ୍ବାଇର ବିଭିନ୍ନ ଲୋକଙ୍କ ଠାରୁ ଫୋନ ମାଧ୍ୟମରେ ବଟି ଆଦାୟ କରି ଆସୁଥିଲା । ତାକୁ ପାଟନାରୁ ମୁମ୍ବାଇର ସିଟି କ୍ରାଇମ ବ୍ରାଞ୍ଚ ଗତକାଲି ଗିରଫ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ସିଟିରେ ଏଜାଜ ନାମରେ ୨୫ଟି ମାମଲା ରହିଛି । ଏହା ବ୍ୟତୀତ ତା ନାମରେ ଥିବା ଅନ୍ୟ ମାମଲା ସମ୍ପର୍କରେ ଜାଣିବାକୁ ପୁଲିସ ମହାରାଷ୍ଟ୍ରର ବିଭିନ୍ନ ଥାନା ସହ ସମ୍ପର୍କ କରୁଛି ବୋଲି ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ବାରଭେ କହିଛନ୍ତି । ଏହା ପୂର୍ବରୁ ୨୮ ଡିସେମ୍ବରକୁ ଏଜାଜର ଝିଅକୁ ନକଲି ପାର୍ସପୋର୍ଟ ମାମଲାରେ ଗିରଫ କରାଯାଇଥିଲା । ଝିଅକୁ ପଚରାଉଚରା ସମୟରେ ମୁମ୍ବାଇ ପୁଲିସ ଏଜାଜ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିଥିଲା । ଏହା ବ୍ୟତୀତ ବିଶେଷ ସୂତ୍ରରୁ ଖବର ପାଇଥିଲା କି ଏଜାଜ ପାଟନା ଆସୁଛି । ଏହି ସମୟରେ ତାକୁ ମୁମ୍ବାଇ ପୁଲିସ ଗିରଫ କରିଥିଲା ।

Related posts

କଂଗ୍ରେସ କାର୍ଯ୍ୟକର୍ତ୍ତା ବାଣ୍ଟିଲେ ଗୋମାଂସ ତରକାରୀ

mahabharatanews

ୟୁଏଇର ପ୍ରଥମ କୋରୋନା ସଂକ୍ରମଣ ଚିହ୍ନଟ

mahabharatanews

ଦିନକରେ ୨୪ ହଜାରରୁ ଅଧିକ ପଜିଟିଭ, ଦେଶରେ ୭ ଲକ୍ଷ ପାଖାପାଖି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews