Uncategorized

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

(ନୂଆଦିଲ୍ଲୀ): ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ବିଜେପି ଦ୍ୱାରସ୍ଥ ହୋଇଛି । ଦଳ ପକ୍ଷରୁ ଦାଏର ହୋଇଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ଏବଂ ବିଧାନସଭାର ବାଚସ୍ପତି ଏନ. ପି ପ୍ରଜାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟଙ୍କୁ ଇମେଲ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନୋଟିସ ଜାରି କରିଥିବା ଜଣାଯାଇଛି । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲା । ତେବେ ଏହି ଅଭିଯୋଗର ଶୁଣାଣି ବେଳେ କଂଗ୍ରେସ ସରକାରଙ୍କ ତରଫରୁ କୌଣସି ପ୍ରତିନିଧି ପହଞ୍ଚି ନଥିବାରୁ ଏହାର ପରବର୍ତ୍ତୀ ଶୁଣାଣି ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବୁଧବାର ସକାଳ ସାଢେ ୧୦ଟା ବେଳେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ସୋମବାର ବିଧାନସଭା କିଛି ସମୟ ପାଇଁ ଚାଲିବା ପରେ ବାଚସ୍ପତି ଏନ. ପି ପ୍ରଜାପତି କରୋନା ଆଳ ଦେଖାଇ ବିଧାନସଭାକୁ ୧୦ ଦିନ ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ୯ ଜଣ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related posts

ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣ କରୁଥିବା ଓକିଲଙ୍କୁ ବାର କାଉନସିଲର ଜବାବ ତଲବ

mahabharatanews

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

mahabharatanews

ଡବ୍ଲୁଏଚଓ ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ଯିବାକୁ ଚୀନର ବାରଣ

mahabharatanews