Uncategorized

ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

(ନୂଆଦିଲ୍ଲୀ): ନିର୍ବାଚନ ବେଳେ ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ର ଓ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ବିଶେଷ କରି ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର ଓ ହୋର୍ଡିଂର ବ୍ୟବହାରକୁ ଦୃଷ୍ଟିରେ ରଖି ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ପ୍ଲାଷ୍ଟିକ ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଦେଶରେ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଥିବା ସତ୍ତେ୍ୱ ନିର୍ବାଚନ ସମୟରେ ବହୁଳ ପରିମାଣରେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ଏଡୱିନ ୱିଲସନ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ଜଷ୍ଟିସ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ଜବାବ ତଲବ କରିଛନ୍ତି ।

Related posts

ରାମ ଜନ୍ମଭୂମୀ ନ୍ୟାସ ଅଧ୍ୟକ୍ଷଙ୍କ ସୁରକ୍ଷା ବୃଦ୍ଧି

mahabharatanews

ନେପାଳରେ ସଂଶୋଧିତ ବିବାଦୀୟ ନକ୍ସା ଗୃହୀତ

mahabharatanews

ଜାମ୍ମୁ ପ୍ରତିବନ୍ଧକକୁ ନେଇ ଅସନ୍ତୁଷ୍ଟ, ସୁପ୍ରିମ କୋର୍ଟ ୭ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ତଲବ

mahabharatanews