ଓଡିଶା

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ତିଳପଦା ଗାଁ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡିଛି । ମାତ୍ର ୩ରୁ ୪ ଦିନ ପୂର୍ବେ ଶିଶୁଟି ଜନ୍ମ ନେଇଥିବା ଅନୁମାନ କରାଯାଉଛି । ଗୁରୁବାର ସକାଳେ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗାଁ ନିକଟ ରାସ୍ତା କଡରେ ଶିଶୁଟି କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ । ପରେ ଗାଁ ଲୋକେ ଖୋଜାଖୋଜି କରିବା ପରେ ଶିଶୁକନ୍ୟାକୁ ରାସ୍ତା କଡରୁ ଉଦ୍ଧାର ରକିଥିଲେ । ଏବେ ଶିଶୁଟିକୁ ଗାଁର ଜଣଙ୍କ ଘରେ ରଖାଯାଇଛି । ସ୍ଥାନୀୟ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି ।

Related posts

ଶୌଚସାରି ଧୋଇ ହେବାକୁ ଯାଇ ଗଡ଼ିଆରେ ବୁଡି ଦୁଇଭାଇଙ୍କ ମୃତ

mahabharatanews

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews

ମଣିଷଖିଆ କୁମ୍ଭୀରର ଉତ୍ପାତ ; ମହିଳା ମୃତ 

mahabharatanews