ଓଡିଶା

୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଗୁରୁବାର ଏକ ଗଞ୍ଜେଇ ବୋଝେଇ ଭ୍ୟାନ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡା ଥାନା ବାରିକିଆ ଗାଁର ଗିରିଶ କୁମାର ଦିଗଲ ଓ ହିଞ୍ଜିଳି ଥାନା ରାଲବ ଗାଁର ଦୁଃଶାସନ ବରଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରୁ ଏକ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଖବର ପାଇ ସୋରଡା ଥାନା ଏସଆଇ ସୁନୀଲ କୁମାର କଣ୍ଡଗୋରିଙ୍କ ନେତୃତ୍ୱରେ ଏକ ଟିମ ଏହାର ପିଛା କରି ଚାଳକ ସମେତ ୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି । ପ୍ରାୟ ୫୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ହେବ ବୋଲି ଥାନା ଅଧିକାରୀ ରମେଶ ପ୍ରଧାନ କରିଛନ୍ତି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

Related posts

କ୍ରିକେଟ ଖେଳ ସମୟରେ ବାଇକ ଓ ସାଇକେଲ ଜବତ କଲା ପାଟଣା ପୋଲିସ

mahabharatanews

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews

କାମୃଗୁରୁଙ୍କ ସ୍ମୃତୀ ଦିବସ ଅବସରରେ ଏକ ବୈଠକ ଅନୁଷ୍ଠିତ

mahabharatanews