ଓଡିଶା

୨୦ ଫୁଟ ତଳକୁ ଖସିଲା ବସ, ୪ ଆହତ

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଝାବହାଲ ନିକଟରେ ଶନିବାର ଏକ ବସ ଓଲଟି ପଡିଛି । ଫଳରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି । ବସ କଣ୍ଡକ୍ଟର ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଓଁ ସାୟୀ ନାମକ ଏହି ବସଟି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରୁ ଯାତ୍ରୀମାନଙ୍କୁ ନେଇ ଦେବଗଡ ଯାଉଥିଲା । ତେବେ ବିଞ୍ଝାରବାହାଲ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୨୦ ଫୁଟ ତଳକୁ ବସଟି ଖସି ପଡିଥିଲା । ଦୁର୍ଘଟଣା ପର ବସ ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Related posts

ରାଜଧାନୀରୁ ୩୮ ସଂକ୍ରମିତ ଚିହ୍ନଟ: ୨୫ ହୋମ କ୍ୱାରେଣ୍ଟାଇନ, ୧୩ ସ୍ଥାନୀୟ

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ ; ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

mahabharatanews