ଓଡିଶା

ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ

ଭୁବନେଶ୍ୱର: ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ । ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି। ସେହି ଧାରାରେ ଓଡ଼ିଶାରେ ବି କମିପାରେ ସଂକ୍ରମଣ ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିଲେ ମଧ୍ୟ ବ୍ଲାକ ଫଙ୍ଗସ ସଂକ୍ରମଣ ନାହିଁ । ଆମେ ଆତଙ୍କିତ ହେବାନାହିଁ ବୋଲି ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ବି କାଟାଗୋରୀ ଜିଲ୍ଲାରେ ପରିବେଶ ଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ। ଅମାନିଆଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନକୁ କଠୋର ହୋଇଛନ୍ତି । ଟୀକାକରଣକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଆବଶ୍ୟକ ମୁତାବକ ଟୀକା ନ ଆସିବାରୁ ଟୀକାକରଣ ହୋଇପାରୁ ନାହିଁ ।
ସେହିପରି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଡେଲ୍ଟା ପ୍ଲସ ଅଧିକ ସଂକ୍ରାମକ ନୁହେଁ ବୋଲି । ମାର୍ଚ୍ଚ ମାସରୁ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେଲାଣି। ଯଦି ସଂକ୍ରାମକ ହେଉଥାନ୍ତା ତେବେ ଆକ୍ରାନ୍ତ ସଂଖ୍ୟ।। ବୃଦ୍ଧି ପାଇଥାନ୍ତା । ତେଣୁ ତୃତୀୟ ଲହରକୁ ନେଇ ନିଶ୍ଚିତତା ନାହିଁ । ତୃତୀୟ ଲହର ଆସିବ କି ନାହିଁ କହି ହେବନି। ଦ୍ୱିତୀୟ ଲହର ପ୍ରକୋପ କମିଲେ ସୁଦ୍ଧା ଦ୍ରୁତ ଗତିରେ କମିନି। ଜୁଲାଇ ମଧ୍ୟ ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ।

 

Related posts

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews

ବାଲୁକା କଳା ମାଧ୍ୟମରେ ବିଶ୍ୱ ମାତୃ ଦିବସକୁ ଅଭିନନ୍ଦନ

mahabharatanews

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ ଜିଏସଟି ପରିଷଦର ସଦସ୍ୟ

mahabharatanews