Uncategorized

ସଦାନନ୍ଦ ତନାଭାଦେ ଗୋଆର ନୂତନ ସଭାପତି

ମହାଭାରତ, ପାନାଜୀ: ଗୋଆର ବିଜେପି ଦଳ ମୁଖ୍ୟ ଭାବେ ରବିବାର ଦିନ ସଦାନନ୍ଦ ତନଭାଦେଙ୍କୁ ନିଯୁକ୍ତି ଦିଆଯାଇଛି । ୫୪ ବର୍ଷୀୟ ତନଭାଦେଙ୍କୁ ଭିନୟ ତେନ୍ଦୁଲକରଙ୍କ ପରେ ଏହି ଦାୟିତ୍ୱ ଦିଆଯାଇଛି । ଭିନୟ ରାଜ୍ୟସଭାକୁ ମନୋନିତ ହେବା ପରେ ସେ ଏହି ପଦ ଛାଡିଛନ୍ତି । ବିନୟ ଲଗାତର ଦୁଇଟି କାର୍ଯ୍ୟକାଳଧରି ରାଜ୍ୟ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ବିଜେପିର ଜାତୀୟ ଉପସଭାପତି ଅବିନାସ ରାୟ ଖାନ୍ନା ରବିବାର ଦିନ ପାନାଜିରେ ଅନୁଷ୍ଠିତ ବିଜେପି କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେଇ ଭିନୟଙ୍କୁ ଏହି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଭିନୟ ତେନ୍ଦୁଲକର ଓ ରାଜ୍ୟ କ୍ୟାବିନେଟର ଅନ୍ୟାନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Related posts

ରହସ୍ୟମୟ କୁଣ୍ଡ

mahabharatanews

ମୁଜାଫରପୁର ଆଶ୍ରମ ଯୌନ କେଳେଙ୍କାରୀ, ରାୟ ଆସନ୍ତା ୧୧ ଯାଏ ସଂରକ୍ଷିତ

mahabharatanews

୨ କୋରୋନା ଚିହ୍ନଟ ପରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫

mahabharatanews