ଓଡିଶା

ଆଖୁ କିଆରୀରେ ଅଗ୍ନିକାଣ୍ଡ, ୪୦ ଏକର ଫସଲ ନଷ୍ଟ

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହାଟୁଆରୀ ଗାଁ ଆଖୁ କିଆରୀରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଗାଁର ୧୦ ଜଣ ଚାଷୀଙ୍କ ପ୍ରାୟ ୪୦ ଏକର ଆଖୁ କିଆରୀ ପୋଡି ଧ୍ୱଂସ ହୋଇଯାଇଛି । ତେବେ ଆଶ୍ଚର୍ଯର ବିଷୟ ହେଉଛି, ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡି ଚକାରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତ ରବିବାର ହାଟୁଆରୀ ଗାଁର ଆଖୁ କିଆରୀରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହା ଦେଖି ଚାଷୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏନେଇ ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ନିଆଁ ବ୍ୟାପି ପ୍ରାୟ ୪୦ ଏକର ଆଖୁ କିଆରୀ ପୋଡି ଛାରଖାର ହୋଇଯାଇଥିଲା । ତେବେ ନିଆଁ ଲିଭାଉଥିବା ସମୟରେ ଦମକଳ ଗାଡିର ଚକାରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, କିଛି ଚାଷୀ ଆଖୁ କାଟି ଜମିରେ ରଖିଥିବା ବେଳେ ଆଉ କିଛି କାଟିବାକୁ ଅପେକ୍ଷା କରିଥିଲେ । କ୍ଷତି ସହିଥିବା ଚାଷୀମାନେ ଜଣକେ ଏକର ପିଛା ୧ରୁ ଦେଢ ଲକ୍ଷ ଟଙ୍କା ଯାଏ ଲୋନ କରିଛନ୍ତି ।

Related posts

ବାଇକ୍ ଧକ୍କାରେ ଯୁବତୀ ମୃତ

mahabharatanews

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର

mahabharatanews

ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

mahabharatanews