ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧୀ ଅଭିଯାନରେ ପୁଣି ଏକ ସଫଳତା ମିଳିଛି । ଆଜି ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛି । ନିହତର ନାମ ହାରୋନ ୱାନି । ତେବେ ଆଉ ଜଣେ ଆତଙ୍କବାଦୀ ଖସି ଯିବାକୁ ସକ୍ଷମ ହୋଇଛି ।
ଆଜି ଡୋଡାର ଗୋଣ୍ଡାନା ବେଲ୍ଟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଆର୍ମି ଓ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି କରିିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ·ଲିଥିବା ଏହି ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ହାରୋନ ୱାନି ନିହତ ହୋଇଛି । ସେ ଜଣେ ଏ++ ଶ୍ରେଣୀର ଆତଙ୍କବାଦୀ ଥିଲା । ଏହି ଜିଲ୍ଲାର ଗାଟ୍ଟା ବେଲ୍ଟରେ ୱାନି ରହୁଥିଲା । ସୁରକ୍ଷାବଳ ତାର ମୃତଦେହ ଜବତ କରିବା ସହ ସେହି ସ୍ଥାନରୁ ଏକେ ୪୭, ଥ୍ରୀ ମାଗାଜିନ, ୭୩ ରାଉଣ୍ଡ ଗୁଳି, ·ଇନା ର୍ନିମିତ ଗ୍ରେନେଡ ଓ ରେଡିଓ ସେଟ୍ ଜବତ ହୋଇଛି । ସେହିପରି ଖସି ଯାଇଥିବା ଆତଙ୍କବାଦୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
