ଓଡିଶା

ବାଳ ସଂସ୍କାର ଯୋଗ ଶିବିରର ଉଦଯାପନୀ ଉତ୍ସବ

ଦେହ ଓ ମନର ଅବିଚ୍ଛିନ୍ନ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ଯତ୍ନଶୀଳ ହେବା ନିହାତି ଆବଶ୍ୟକ। ଏହି ମହତ୍ ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଓଡ଼ିଶା ବ୍ରିଗେଡ୍ ସ୍କୁଲ ପରିସରରେ ତୁରଙ୍ଗ ଯୋଗ କେନ୍ଦ୍ରରେ ଆୟୋଜିତ ସପ୍ତାହବ୍ୟାପୀ ବାଳ ସଂସ୍କାର ଯୋଗ ଶିବିରର ଉଦ୍ଜାପନୀ ଉତ୍ସବ ଆଜି ରବିବାର ଦିନ ଅତ୍ୟନ୍ତ ଭବ୍ୟ, ପବିତ୍ର ଓ ସଂସ୍କାରମୟ ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛିସୁନ୍ଦର ସକାଳର ଶୁଭ ମୁହୂର୍ତ୍ତରେ ଶଙ୍ଖଧ୍ୱନି ଓ ଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ଓଁକାର ଧ୍ୱନି, ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ, ଯୋଗାଭ୍ୟାସ, ଧ୍ୟାନ ଏବଂ ଶାନ୍ତିପାଠ ଦ୍ୱାରା ସମଗ୍ର ପରିବେଶ ଆଧ୍ୟାତ୍ମିକ ଚେତନାରେ ଉଦ୍ଭାସିତ ହୋଇଉଠିଥିଲା।ବିଭିନ୍ନ ଯୋଗ କେନ୍ଦ୍ରରୁ ଆସିଥିବା ୧୫୦ରୁ ଅଧିକ ସାଧକ ଓ ସାଧିକାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲା।

ଶିବିରରେ ଅଂଶଗ୍ରହଣ କରିଥିବା କୋମଳମତି ଶିଶୁମାନଙ୍କର ଶାରୀରିକ ସୁସ୍ଥତା, ମାନସିକ ଦୃଢତା ଏବଂ ଆଧ୍ୟାତ୍ମିକ ବିକାଶ ପାଇଁ କରାଯାଇଥିବା ପ୍ରୟାସ ଏହି ସପ୍ତାହବ୍ୟାପୀ ଶିବିର ମାଧ୍ୟମରେ ସାର୍ଥକ ରୂପ ପାଇଥିଲା।ଏକ ସୁସ୍ଥ, ସଂସ୍କାରବାନ୍ ଓ ଯୋଗମୟ ଭାରତ ଗଠନର ମହାନ ପରିକଳ୍ପନାକୁ ସାକାର କରିବା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ଉଦ୍ଜାପନୀ ସମାରୋହ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସକାରାତ୍ମକ ଜୀବନଦୃଷ୍ଟିର ବାର୍ତ୍ତା ପ୍ରସାର କରିଥିଲା। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଯୋଗ, ସଂସ୍କାର ଓ ମାନବିକ ମୂଲ୍ୟବୋଧର ଏକ ସୁନ୍ଦର ସମନ୍ୱୟର ଜୀବନ୍ତ ନିଦର୍ଶନ ଥିଲା

Related posts

ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ

mahabharatanews

ଖଡିଆ ସାଂସ୍କୃତିକ ସମାଜର ମହାସମାବେଶ

mahabharatanews

ଏନ୍ଟିପିସି କଣିହାଁ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଦିବସ ପାଳିତ

mahabharatanews