ଓଡିଶା

ବ୍ଲକ ଅଧ୍ୟକ୍ଷଙ୍କ ବଦାନ୍ୟତା, ସହସ୍ରାଧିକ ବୃଦ୍ଧବୃଦ୍ଧାଙ୍କୁ ବାଣ୍ଟିଲେ ଛତା ଚପଲ

କଳାହାଣ୍ଡି ଜିଲ୍ଲାର ଏକ ଉଦିୟମାନ ଯୁବ ରାଜନୈତିକ ପ୍ରତିଭା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ।ତାଙ୍କର ରାଜନୈତିକ ଶୈଳୀକୁ ଦେଖି ବିରୋଧୀ ମଧ୍ୟ ଛାନିଆ।ବ୍ଲକ ଅଧକ୍ଷ ସହ ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତା ଭାବେ ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟର ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣେଇବାର କଳା ତାଙ୍କୁ ବେଶ ଜଣା।ଗରିବ ଅସହାୟ ଲୋକଙ୍କୁ ଶୀତଦିନେ କମ୍ବଳ, ଖରାଦିନେ ଛତା ଚପଲ ବେଶ ଚର୍ଚ୍ଚିତ ବିନ୍ଦୁ ମହାନନ୍ଦ।

ଏହି କ୍ରମରେ ଆଜି ଗୋଲାମୁଣ୍ଡା ବ୍ଲକ ର ଲେତେର ଠାରେ ହଜାର ହଜାର ଅସହାୟ ବୃଦ୍ଧବୃଦ୍ଧା ଙ୍କୁ ବିନ୍ଦୁମିନା ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଛତା ଓ ଚପଲ ବାଣ୍ଟିଥିଲେ। ପର୍ଯ୍ୟାୟକ୍ରମେ ବ୍ଲକ ସାରା ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।ଏହାକୁ ନେଇ ଗୋଲାମୁଣ୍ଡା ବ୍ଲକରେ ଲୋକେ ଉତ୍ସାହିତ ଅଛନ୍ତି।ଏହିଭଳି ସେବା କାର୍ଯ୍ୟ ଜାରି ରହିଲେ ମହନନ୍ଦଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଲୋକେ ମତପ୍ରକାଶ କରିଛନ୍ତି।

Related posts

ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ, ୫ ଜଣ ଅଟକ

mahabharatanews

ଉତ୍ତର-ପୂର୍ବ ବଙ୍ଗୋପସଗାରରେ ଲଘୁଚାପ: ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି

mahabharatanews

ହାତୀଙ୍କୁ ଦାଉ ସାଧୁଛି ମଣିଷ ନିଆଁ

mahabharatanews