Uncategorized

ସାମ୍ନାକୁ ଆସିଲା ଇନ୍ଦିରା-କରିମଙ୍କ ଫଟୋ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅଣ୍ଡର ୱାର୍ଲ୍ଡ ଡନ କରିମ ଲାଲା ସହ ସାକ୍ଷାତ ବୟାନକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ କଂଗ୍ରେସର ଚାପ ପରେ ଶିବସେନା ନେତା ସଂଞ୍ଜୟ ରାଉତ ତାଙ୍କ ବୟାନକୁ ଫେରସ୍ତ ନେଇଥିବା ବେଳେ କିନ୍ତୁ ଇନ୍ଦିରା ଓ କରିମଙ୍କ ଏକ ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ କରିମ ଲାଲାଙ୍କୁ ଦେଖିବାକୁ ମଳିଛି । ଏହି ଫଟୋରେ ହୃଦୟାନନ୍ଦ ଚଟ୍ଟୋପାଧ୍ୟାୟ ମଧ୍ୟ ରହିଛନ୍ତି । ଏହା ୧୯୭୩ର ଏକ ଫଟୋ ଯେତେବେଳେ ଚଟ୍ଟୋପାଧ୍ୟାୟଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲା ।

ସୂଚନା ଯୋଗ୍ୟ, ଶିବସେନା ନେତା ସଞ୍ଜୟ ରାଉତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ କହିଥିଲେ ଇନ୍ଦିରା ଗାନ୍ଧୀ ମୁମ୍ବାଇର ଅଣ୍ଡର ୱାର୍ଲ୍ଡ ଡନ କରିମ ଲାଲା ସହ ଭେଟିବାକୁ ଆସୁଥିଲେ । ଏମିତି ଏକ ସମୟ ଥିଲା ଯେତେବେଳେ ଦାଉଦ ଇବ୍ରାହିମ, ଛୋଟା ଶକିଲ, ଶରଦ ସେଟ୍ଟି ମୁମ୍ବାଇ ପୁଲିସ କମିଶନର ଚୟନ କରୁଥିଲେ । ଏଥିସହ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀଙ୍କ ଚୟନ କରୁଥିଲେ । ସଞ୍ଜୟଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ବିଜେପି ପକ୍ଷରୁ ଏହି ମାମଲାରେ କଂଗ୍ରେସକୁ ସ୍ପଷ୍ଟିକରଣ ମଗାଯାଇଥିଲା । ଏହା ପରେ କଂଗ୍ରେସର ଚାପରେ ସଞ୍ଜୟ ସେହି ବୟାନକୁ ଫେରସ୍ତ କରି ନେଇଥିଲେ । ବୟାନ ଫେରସ୍ତ ନେଇ ସଞ୍ଜୟ ରାଉତ କହିଥିଲେ, ଆମ କଂଗ୍ରେସ ସାଥୀମାନଙ୍କର ଆହତ ହେବାର ଆବଶ୍ୟକତା ନାହିଁ । ଯଦି ମୋର ବୟାନରେ କେହି ଆହତ ହେଉଥାନ୍ତି ତେବେ ମୁଁ ମୋ ବୟାନ ଫେରସ୍ତ ନେଉଛି । କିନ୍ତୁ କରିମ ଲାଲାର ନାତି ସାମ୍ନାକୁ ଆସି ଏହା ଉପରେ ମୋହର ଲଗାଇଥିଲେ । ସେ କହିଥିଲେ, ଇନ୍ଦିରା ନିୟମିତ କରିମ ଲାଲାଙ୍କ ଅଫିସରେ ତାଙ୍କୁ ଙେଟୁଥିଲେ । ଖାଲି ଇନ୍ଦିରା ନୁହଁନ୍ତି, ଶରଦ ପାୱାର, ବାଲ ଠାକରେ ମଧ୍ୟ ଭେଟୁଥିଲେ, ଯାହାର ଫଟୋ ତାଙ୍କ ପାଖରେ ରହିଛି ।

Related posts

ତାହିର ହୁସେନଙ୍କ ନାଁରେ ଇଡିର ମାମଲା

mahabharatanews

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews

ଆଲିଗଡ ମୁସଲିମ ୟୁନିଭର୍ସିଟି ଶିକ୍ଷାର୍ଥୀଙ୍କୁ କୁଳପତିଙ୍କ ଅପିଲ

mahabharatanews

Leave a Comment