Uncategorized

ଫାଶୀ ବିଳମ୍ବ ପାଇଁ ଦିଲ୍ଲୀ ସରକାର ଦାୟୀ: ଜାଭଡେକର

(ନୂଆଦିଲ୍ଲୀ): ନିର୍ଭୟା ଦୋଷୀଙ୍କ ଫାଶୀରେ ବିଳମ୍ବ ପାଇଁ ଦିଲ୍ଲୀ ସରକାରଙ୍କୁ ବିଜେପି ଦାୟୀ କରିଛି । ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜରିୱାଲଙ୍କ ସରକାର ଯୋଗୁଁ ନିର୍ଭୟା ଦୋଷୀଙ୍କ ଫାଶୀରେ ବିଳମ୍ବ ହେଉଥିବା ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ଦିଲ୍ଲୀ ସରକାରଙ୍କ ଅବହେଳା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ବିଳମ୍ବ ହୋଇଛି । ବିଳମ୍ବିତ ନ୍ୟାୟ ପାଇଁ ଦିଲ୍ଲୀର ଆପ ସରକାର ଦାୟୀ । ଯଦି ସୁପ୍ରିମକୋର୍ଟ ରାୟ ଦେବାର ଏକ ସପ୍ତାହ ମଧ୍ୟରେ ସରକାର ଦୋଷୀଙ୍କୁ କ୍ଷମା ଆବେଦନ ପାଇଁ ନୋଟିସ କରିଥାଆନ୍ତେ, ତେବେ ସମସ୍ତ ଦୋଷୀ ଆଜି ଫାଶୀ ଖୁଣ୍ଟରେ ଝୁଲି ଥାଆନ୍ତେ । କେଜ୍ରିୱାଲ ସରକାର ଗତ ଅଢେଇ ବର୍ଷ ମଧ୍ୟରେ ଦୋଷୀଙ୍କୁ କ୍ଷମା ଆବେଦନ କରିବାକୁ କାହିଁକି ନୋଟିସ ପଠାଇ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Related posts

ଋଷରେ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ  ସଲିଳ ସମାଧି

mahabharatanews

ଚାଲିଥିଲା ପ୍ରିମିୟର ଶୋ, ଦଳାଚକଟାରେ ଗଲା ଜୀବନ

mahabharatanews

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews