ଓଡିଶା

ଟ୍ରକ୍କୁ ଧକ୍କା ଦେଲା ବସ୍, ୭ ଗୁରୁତର ଆହତ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଖନ୍ତାପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ପଛପଟେ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଥିରେ ଗୁରୁତର ହୋଇଥିବା ୭ ଜଣ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ହୁଗୁଳିରୁ ପୁରୀ ଏକ ଯାତ୍ରୀବାହୀ ବସ ଆସୁଥିଲା । କିନ୍ତୁ ଖନ୍ତାପଡା ଠାରେ ଘନ କୁହୁଡି ଯୋଗୁ ରାସ୍ତା ନ ଦିଶିବାରୁ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସ୍ର ସାମ୍ନା ଭାଗ ନଷ୍ଟ ହୋଇଯାଇଛି । ବସ୍ଟି ଦ୍ରୁତ ଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ବସ୍ ଯାତ୍ରୀ କହିଛନ୍ତି । ଦୁର୍ଘଟଣା ବେଳେ ବସ୍ରେ ପ୍ରାୟ ୭୦ ଜଣ ଯାତ୍ରୀ ଥିବା ଜଣାପଡିଛି ।

Related posts

ଅରିନ୍ଦମଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ 

mahabharatanews

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

mahabharatanews