ଓଡିଶା

କେରଳ ପାଇବ ନୂଆ ନାମ 

(କେରଳ) : ବଦଳିବ ଟୁରିଷ୍ଟ ପ୍ଲେସ୍ କେରଳର ନାଁ । ଯେଉଁଥି ପାଇଁ ବିଧାନସଭାରେ ପାରିତ ହେଲା ସର୍ବସମ୍ମତି ପ୍ରସ୍ତାବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ସମ୍ବାଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି ।  ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଅଫିସିଆଲ ଏବଂ ସମ୍ବାଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଳମ ରଖିବାକୁ ଅନୁରୋଧ କରାଯାଇଛି ।

ସୂଚନାନୁଯାୟୀ ,ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନା କରି କହିଥିଲେ ଯେ, ରାଜ୍ୟର ନାମ ମାଲାୟଲମ ଭାଷାରେ କେରଳମ୍ କୁହାଯାଏ । ହେଲେ ଅନ୍ୟ ଭାଷାରେ ଏହା ବର୍ତ୍ତମାନ ମଧ୍ୟ କେରଳ ରହିଛି । ମୁଖ୍ୟମନ୍ତ୍ରୀ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବକୁ ପେଶ କରିଥିଲେ ସେହିପରି ଏହି ପ୍ରସ୍ତାବକୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମଧ୍ୟ ଗ୍ରହଣ କରିନେଇଥିଲା ଯାହା ପରେ ଏଏନ ସମଶୀର ସର୍ବସମ୍ମତିରେ ପାରିତ ହୋଇଥିବା ହୋଇଥିବା ଏହି ପ୍ରସ୍ତାବକୁ ଘୋଷଣା କରିଥିଲେ ।

Related posts

 ଗଡ଼ିଲା ଅଧାବାଟରେ ଅଟକି ଥିବା ରଥ

mahabharatanews

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews

ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର 

mahabharatanews