ଓଡିଶା

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସ

କେନ୍ଦ୍ରାପଡ଼ା /ମହେଶ ପାଢ଼ୀ : ଆଜି ବିଶ୍ୱ ପାଳୁଛି ଶ୍ରମିକ ଦିବସ । ସେହିପରି କେନ୍ଦ୍ରାପଡାରେ ମଧ୍ୟ ବିଶ୍ୱ ଶ୍ରମିତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାରେ ଥିବା ଶତାଧିକ ବିଦ୍ୟୁତ ବିଭାଗର ଠିକା କର୍ମଚାରୀ ମାନଙ୍କ ଦ୍ୱାରା ଶ୍ରମିକ ଦିବସରେ ଏକ ଆଲୋଚନା ଚକ୍ର ପାଳିତ ହୋଇଯାଇଛିୀ । ସୂଚନାନୁଯାଇ, କେନ୍ଦ୍ରାପଡା ETSS ଜିଲ୍ଲା ସଂଙ୍ଘ ତରଫରୁ ଶ୍ରମିକମାନଙ୍କର ସୁବିଧା ସୁଯୋଗ ପାଇବାରେ ପକ୍ଷପାତିତା ଓଁ ଏହାର ସ୍ଥାୟୀ ସମାଧାନ ବିଷୟରେ ଆଲୋକପାତ କରାଯାଇଥିଲା । ଶ୍ରମିକ ମାନଙ୍କର ନାର୍ୟ୍ୟ ଦାବିକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କ ପାଖରେ ଅନୁରୋଧ ରଖାଯାଇଥିଲା । ଏଥିରେ କେନ୍ଦ୍ରାପଡା ଡିଭିଜନର ମୁଖ୍ୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ଦାଶ ଶ୍ରମିକ ମାନଙ୍କର ଦୈନଦିନ ସମସ୍ୟା ବିଷୟରେ ଉଚ୍ଚ କତୃପକ୍ଷ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଜ୍ଝ ଏତଦବ୍ୟତୀତ ସଙ୍ଘର ସଭାପତି ଦେବଦାସ ମହାନ୍ତି ଯୋଗ ଦେଇ ଅଭିଭାଷଣ ରଖିଥିଲେ ।

Related posts

କୋଭିଡ-୧୯ ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

mahabharatanews

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

mahabharatanews

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ, ହତ୍ୟା ଅଭିଯୋଗ

mahabharatanews